Product SiteDocumentation Site

Red Hat Enterprise Linux 5

Release Notes

Red Hat Enterprise Linux 5.11 ପାଇଁ ପ୍ରକାଶନ ଟିପ୍ପଣୀ

ସଂସକରଣ 11

Red Hat ଗ୍ରାହକ ବିଷୟବସ୍ତୁ ସର୍ଭିସଗୁଡ଼ିକ


ବୈଧାନିକ ସୂଚନା

Copyright © 2014 Red Hat, Inc.
The text of and illustrations in this document are licensed by Red Hat under a Creative Commons Attribution–Share Alike 3.0 Unported license ("CC-BY-SA"). An explanation of CC-BY-SA is available at http://creativecommons.org/licenses/by-sa/3.0/. In accordance with CC-BY-SA, if you distribute this document or an adaptation of it, you must provide the URL for the original version.
Red Hat, as the licensor of this document, waives the right to enforce, and agrees not to assert, Section 4d of CC-BY-SA to the fullest extent permitted by applicable law.
Red Hat, Red Hat Enterprise Linux, the Shadowman logo, JBoss, MetaMatrix, Fedora, the Infinity Logo, and RHCE are trademarks of Red Hat, Inc., registered in the United States and other countries.
Linux® is the registered trademark of Linus Torvalds in the United States and other countries.
Java® is a registered trademark of Oracle and/or its affiliates.
XFS® is a trademark of Silicon Graphics International Corp. or its subsidiaries in the United States and/or other countries.
MySQL® is a registered trademark of MySQL AB in the United States, the European Union and other countries.
All other trademarks are the property of their respective owners.


1801 Varsity Drive
RaleighNC 27606-2072 USA
Phone: +1 919 754 3700
Phone: 888 733 4281
Fax: +1 919 754 3701

ସାରାଂଶ
Red Hat Enterprise Linux ଗୌଣ ପ୍ରକାଶନଗୁଡ଼ିକ ହେଉଛି ବ୍ୟକ୍ତିଗତ ଉନ୍ନତି, ସୁରକ୍ଷା ଏବଂ ତ୍ରୁଟି ନିବାରଣ ଏରାଟାର ଗୋଟିଏ ଏକତ୍ରିକରଣ। Red Hat Enterprise Linux 5.11 ପ୍ରକାଶନ ଟିପ୍ପଣୀ Red Hat Enterprise Linux 5 ପ୍ରଚାଳନ ତନ୍ତ୍ରର ମୂଖ୍ୟ ପରିବର୍ତ୍ତନଗୁଡ଼ିକୁ ଏବଂ ଏହି ଗୌଣ ପ୍ରକାଶନ ପାଇଁ ଏହା ସହିତ ସଂଶ୍ଳିଷ୍ଟ ପ୍ରୟୋଗଗୁଡ଼ିକୁ ଏହି ଗୌଣ ପ୍ରକାଶନ ପାଇଁ ଦଲିଲିକରଣ କରିଥାଏ। ଏହି ଗୌଣ ପ୍ରକାଶନରେ ହୋଇଥିବା ପରିବର୍ତ୍ତନଗୁଡ଼ିକର ବିସ୍ତୃତ ବିବରଣୀ ପାରିଭାଷିକ ଟିପ୍ପଣୀରେ ଉପଲବ୍ଧ।

ଉପକ୍ରମଣିକା
1. ସ୍ଥାପନ ଏବଂ ବୁଟିଙ୍ଗ
2. କର୍ଣ୍ଣଲ
3. ଉପକରଣ ଡ୍ରାଇଭରଗୁଡ଼ିକ
4. ସଦସ୍ଯତା ପରିଚାଳନା
5. ଆଭାସୀକରଣ
6. ଅନୁଷ୍ଠାନ ମାନକ ଏବଂ ପ୍ରମାଣପତ୍ର
A. ପୁନରୀକ୍ଷଣ ପୁରୁଣା ତଥ୍ୟ

ଉପକ୍ରମଣିକା

ପ୍ରକାଶନ ଟିପ୍ପଣୀରେ ଉଚ୍ଚ ମାନର ଉନ୍ନତି ଏବଂ Red Hat Enterprise Linux 5.11ରେ ଯୋଗକରାଯାଇଥିବା ବିଶେଷତାଗୁଡ଼ିକୁ ବର୍ଣ୍ଣନା କରିଥାଏ। Red Hat Enterprise Linuxଅଦ୍ୟତନ ପାଇଁ ହୋଇଥିବା ପରିବର୍ତ୍ତନଗୁଡିକର ବିସ୍ତୃତ ବିବରଣୀ ପାଇଁ,ଯାନ୍ତ୍ରିକ ଟିପ୍ପଣୀ କୁ ଅନୁସରଣ କରନ୍ତୁ।

ଅଧ୍ଯାୟ 1. ସ୍ଥାପନ ଏବଂ ବୁଟିଙ୍ଗ

dmidecode SMBIOS କୁ ସହାୟତା କରିଥାଏ

dmidecode ଉପଯୋଗୀତା ବର୍ତ୍ତମାନ ତନ୍ତ୍ର ପରିଚାଳନା BIOS (SMBIOS) ସଂସ୍କରଣ 2.8 କୁ ସହାୟତା କରିଥାଏ, ଯାହାକି dmidecode କୁ ବିଭିନ୍ନ ପ୍ରକାରର ହାର୍ଡୱେର ଉପରେ ନିର୍ମାଣ ଏବଂ ନିୟୋଜନଗୁଡ଼ିକୁ ସ୍ୱୟଂଚାଳିତ କରିବା ପାଇଁ ସକ୍ରିୟ କରିଥାଏ।

ଅଧ୍ଯାୟ 2. କର୍ଣ୍ଣଲ

ସମୟ ସମାପ୍ତ ମୂଲ୍ୟ ନିୟନ୍ତ୍ରଣ

Red Hat Enterprise Linux 5.11 kernel ବର୍ତ୍ତମାନ I/O ତୃଟି ପୁନରୁଦ୍ଧାର ନିର୍ଦ୍ଦେଶ ପାଇଁ ସମୟ ସମାପ୍ତି ମୂଲ୍ୟକୁ ନିୟନ୍ତ୍ରଣ କରିବାକୁଏକ ବିକଳ୍ପକୁ ଅନ୍ତର୍ଭୁକ୍ତ କରିଅଛି। ପୂର୍ବରୁ, ପୁନଃପ୍ରୟାସ ମୂଲ୍ୟକୁ 5 ଆକାରରେ ସେଟ କରାଯାଇଛି, ଯାହାକି 90-ସେକେଣ୍ଡ ସମୟ ସମାପ୍ତି ସନ୍ଦେଶଗୁଡ଼ିକୁ ଦର୍ଶାଇଥାଏ। ପୁନଃପ୍ରୟାସ ସଂଖ୍ୟାକୁ କମ କରିବା ଫଳରେ ତାହା ଆପଣଙ୍କୁ ଅଧିକ ଫଳପ୍ରଦ ଭାବରେ ସମୟ ସମାପ୍ତି ସ୍ତରକୁ ପରିଚାଳନା କରିବାରେ ସହାୟତା କରିଥାଏ।

MegaRAID SAS ଡ୍ରାଇଭର ସହିତ LSI 12 Gb/s ଏଡପଟର୍‌

LSI MegaRAID SAS 9360/9380 12Gb/s ନିୟନ୍ତ୍ରକଗୁଡ଼ିକ, ପୂର୍ବରୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ସହାୟତା ପ୍ରାପ୍ତ, ସେଗୁଡ଼ିକ ବର୍ତ୍ତମାନ Red Hat Enterprise Linux 5.11ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ।

ଅଧ୍ଯାୟ 3. ଉପକରଣ ଡ୍ରାଇଭରଗୁଡ଼ିକ

ProLiant ସର୍ଭର ସହାୟତା

cciss ଡ୍ରାଇଭର ବର୍ତ୍ତମାନ ProLiant ସର୍ଭରଗୁଡ଼ିକୁ ନୂତନତମ HP SAS ସ୍ମାର୍ଟ ଆରେ ନିୟନ୍ତ୍ରକଗୁଡ଼ିକୁ ବର୍ତ୍ତମାନ ସହାୟତା କରିଥାଏ।

ଅଧ୍ଯାୟ 4. ସଦସ୍ଯତା ପରିଚାଳନା

Red Hat ସହାୟତା ସାଧନରେ ଉନ୍ନତିମୂଳକ ତୃଟି ସନ୍ଦେଶ

Red Hat ସହାୟତା ସାଧନ ବର୍ତ୍ତମାନ ଉତ୍ତମ ତୃଟି ସନ୍ଦେଶଗୁଡ଼ିକୁ ଦର୍ଶାଇଥାଏ ଯେତେବେଳେ ସାଧନଟି ତୃଟି ନିବାରଣ ସଙ୍କେତକୁ ଆହରଣ କରିବାରେ ଅସମର୍ଥ ହୋଇଥାଏ, ଉଦାହରଣ ସ୍ୱରୂପ ଯଥେଷ୍ଟ ଡିସ୍କ ସ୍ଥାନ ଅଭାବରୁ।

ସ୍ୱୀକୃତି ପରିଚାଳନା

Red Hat Enterprise Linux 5.11 ରେ ସଦସ୍ୟତା ପରିଚାଳକ redhat.repo ଫାଇଲକୁ ବ୍ୟବହାରକାରୀ ସଂଲଗ୍ନକ ପରେ ସଙ୍ଗେ ସଙ୍ଗେ ସୃଷ୍ଟି କରିଥାଏ ଏବଂ yum ଉପଯୋଗୀତାକୁ ଅପେକ୍ଷା କରିନଥାଏ।
ସଦସ୍ୟତା ପ୍ରକାର ସ୍ଥାନକୁ ସଦସ୍ୟତା ପରିଚାଳକ ରେ ଅନ୍ତର୍ଭୁକ୍ତ କରାଯାଇଛି। ଆପଣ ତାହାକୁ ବ୍ୟବହାର ହେଉଥିବା ସଦସ୍ୟତାର ପ୍ରକାର ବିଷୟରେ ନିର୍ଦ୍ଦେଶ ଧାରା ଅନ୍ତରାପୃଷ୍ଠ ଏବଂ ଆଲେଖିକ ବ୍ୟବହାରକାରୀ ଅନ୍ତରାପୃଷ୍ଠରେ ମଧ୍ଯ ଦେଖିପାରିବେ, ଯାହାକି ସଦସ୍ୟତା ଆଚରଣକୁ ଚଲାଉଥିବା ବିଶେଷତାଗୁଡ଼ିକୁ ନିର୍ଦ୍ଧାରଣ କରିଥାଏ।
ଆପଣ ବର୍ତ୍ତମାନ ରେପୋଜିଟୋରୀଗୁଡ଼ିକୁ ସିଧାସଳଖ ଭାବରେ ପରିଚାଳନା କରିବା ପାଇଁ ସଦସ୍ୟତା ପରିଚାଳକ ର GUI ରେ ସକ୍ରିୟ କିମ୍ବା ନିଷ୍କ୍ରିୟ କରିପାରିବେ।
ନିର୍ଦ୍ଦେଶ ଧାରା ଅନ୍ତରାପୃଷ୍ଠରେ ଅନେକ ଉନ୍ନତିଗୁଡ଼ିକୁ ଆରମ୍ଭ କରାଯାଇଛି:
  • Red Hat Enterprise Linux 5.11 ରେ, rhsm-debug system ସାଧନ ଏକ ଟାର ଫାଇଲ ସୃଷ୍ଟି କରିଥାଏ ଯାହାକି ତୃଟି ବିବରଣୀରେ ସଂଲଗ୍ନ କରିବାକୁ ଥିବା ଫାଇଲଗୁଡ଼ିକୁ ଧାରଣ କରିଥାଏ।
  • subscription-manager list --available ନିର୍ଦ୍ଦେଶର ଫଳାଫଳରେ ବର୍ତ୍ତମାନ ଦୁଇଟି ନୂତନ ସ୍ଥାନ ଯାଡ଼ା ଯାଇଛି। ପ୍ରଦାନ ସ୍ଥାନ ସେହି ଉତ୍ପାଦନଗୁଡ଼ିକର ନାମଗୁଡ଼ିକୁ ଦର୍ଶାଇଥାଏ ଯାହା ପାଇଁ ତନ୍ତ୍ର ଉପଯୁକ୍ତ। ଏହା ସହିତ, ଏକ ନୂତନ ସ୍ଥାନ, ପ୍ରସ୍ଥାବିତ, ଯାହାକୁ ସୁସଙ୍ଗତତା ଏଡ଼ାଇବା ପାଇଁ ଯୋଗ କରାଯାଇଥାଏ ଏବଂ ଆଲେଖିକ ବ୍ୟବହାରକାରୀ ଅନ୍ତରାପୃଷ୍ଠ (GUI) ସହିତ ଯୁଗଳ ହେବା ପାଇଁ ସୁବିଧା ପ୍ରଦାନ କରିଥାଏ।
  • subscription-manager list --available ନିର୍ଦ୍ଦେଶର ଫଳାଫଳରେ ବର୍ତ୍ତମାନ stock-keeping unit (SKU) ଅନ୍ତର୍ଭୁକ୍ତ।

ଅଧ୍ଯାୟ 5. ଆଭାସୀକରଣ

ESXi ପାଇଁ ସହାୟତା

ଯେତେବେଳେ virt-who ସଦସ୍ୟ Red Hat Enterprise Linux 5.11 ରେ ଚାଲିଥାଏ, ସେତେବେଳେ virt-who VMWare ESXi ସହିତ ଯୋଗାଯୋଗ କରିଥାଏ ଏବଂ Red Hat ସଦସ୍ୟତା ପରିଚାଳକ ପାଇଁ ହୋଷ୍ଟ ଏବଂ ଅତିଥି ମେଳନ ସୂଚନା ଧାରଣ କରିଥାଏ।

ଅଧ୍ଯାୟ 6. ଅନୁଷ୍ଠାନ ମାନକ ଏବଂ ପ୍ରମାଣପତ୍ର

OpenSCAP ପାଇଁ NIST ପ୍ରମାଣୀକରଣ

OpenSCAP 1.0.8 କୁ National Institute of Standards and Technology’s (NIST) Security Content Automation Protocol (SCAP) 1.2 ଦ୍ୱାରା ବୈଧିକରଣ ବିନ୍ୟାସ ସ୍କାନର ବିଭାଗ ଅନ୍ତର୍ଗତରେ Common Vulnerabilities and Exposure (CVE) ବିକଳ୍ପ ସହିତ ପ୍ରମାଣପତ୍ର ପ୍ରାପ୍ତ କରିଛି। OpenSCAP ଏକ ଲାଇବ୍ରେରୀ ପ୍ରଦାନ କରିଥାଏ ଯିଏକି ନୂତନ SCAPସାଧନ ନିର୍ମାଣ ପାଇଁ SCAP ମାନକର ପ୍ରତ୍ୟେକ ଉପାଦାନକୁ ବିଶ୍ଳେଷଣ ଏବଂ ମୂଲ୍ୟାଙ୍କନ କରିଥାଏ। ଏବଂ ମଧ୍ଯ, OpenSCAP ଗୋଟିଏ ଏକାଧିକ କାର୍ଯ୍ୟକାରିତୀ ବିଶିଷ୍ଟ ସାଧନକୁ ବିଷୟବସ୍ତୁକୁ ଦଲିଲ ଆକାରରେ ସଜାଡ଼ିବା ପାଇଁ ଅଥବା ଏହି ବିଷୟବସ୍ତୁ ଅନୁସାରେ ତନ୍ତ୍ରକୁ ସ୍କାନ କରିବା ପାଇଁ ରଚନା କରିଥାଏ।

ପୁନରୀକ୍ଷଣ ପୁରୁଣା ତଥ୍ୟ

ସଂଶୋଧନ ଇତିହାସ
ସଂଶୋଧନ 0.0-0.0Tue Aug 05 2014ମିଲାନ ନଭ୍ରତିଲ
Red Hat Enterprise Linux 5.11 ପ୍ରକାଶନ ଟିପ୍ପଣୀର ପ୍ରକାଶନ।